ଗଞ୍ଜାମ, (IYA News, ୩୧.୦୩.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ । ବେଗୁନିଆପଡା ବ୍ଲକର ପ୍ରତି ପଂଚାୟତ ରେ ଏହି ରନ୍ଧା ଖାଦ୍ୟ ଯୋଗାଣ ଆଜି ଆରମ୍ଭ ହୋଇଯାଇଛି। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ରୋଷେଇ କରି ଘରକୁ ଘର ନେଇ ପହଞ୍ଚାଇ ଥିଲେ।ଏଥିରେ ସରପଞ୍ଚ, ସମିତିସଭ୍ଯ, ଓ ପଂଚାୟତ କାର୍ଯ୍ୟନିର୍ବ।ହୀ ଅଧିକାରୀ ଓ କର୍ମଚାରୀ, ସ୍ବେଛାସେବୀ, ବିଜୁ ଯୁବ ବାହିନୀ ର ସଦସ୍ୟମାନେ ସହଯୋଗ କରିଥିଲେ ।