ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାଲି ଚାଲି ଯାଉଥିବା ଶ୍ରମିକ ମାନଙ୍କୁ ପୋଲିସ ନିଜ ଗାଁ ରେ ଛାଡ଼ିଲା।

ଗଞ୍ଜାମ, (LR News, ୩୦.୦୩.୨୦୨୦) – : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି l ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର ୧୦ ରୁ ଅଧିକ ଶ୍ରମିକ ବାଣପୁର ଅଞ୍ଚଳରେ କାମ କରୁଥିଲେ l ଲକ୍ ଡାଉନ୍ ହେବା ଯୋଗୁଁ ସେମାନେ ଗତକାଲି ବଡ କଷ୍ଟରେ ଚାଲିଚାଲି ଆସି ଅଙ୍ଗାର ଗାଁ ପଞ୍ଚାୟତ ର ନୂଆଗଡ଼ ଠାରେ ପହଁଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ସ୍ଵେଚ୍ଛାସେବୀ ଏକ ଘରେ ରଖି ପ୍ରଥମେ ସ୍ଥାନୀୟ ସରପଞ୍ଚ କୁ କହିବା ପରେ ସେ ଶ୍ରମିକ ମାନଙ୍କୁ ଛାଡିବା ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି କହିବା ପରେ ବେଗୁନିଆପଡ଼ା ବିଡିଓ ବେଦବର ପ୍ରଧାନ ଙ୍କୁ କହିବା ପରେ ସେ ମଧ୍ୟ ମନା କରିବା ପରେ ବେଗୁନିଆପଡ଼ା ପୁଲିସ କୁ ଖବର ଦେଇଥିଲେ ଓ ସେମାନଙ୍କୁ ତାଙ୍କ ଘରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିବେ ବୋଲି ପୁଲିସ କହିଥିଲେ l ଏହା ଭିତରେ ସ୍ଵେଚ୍ଛାସେବୀ ମାନେ ଶ୍ରମିକ ମାନଙ୍କୁ ଖାଇବାକୁ ଦେଇଥିଲେ l ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଲିସ କୌଣସି ବ୍ୟବସ୍ଥା କରିନଥିଲେ l ଫଳରେ ଶ୍ରମିକ ମାନେ ଅସନ୍ତୋଷରେ ପୁଣି ଚାଲିଚାଲି ନିଜ ଗ୍ରାମ ସମା ପଞ୍ଚାୟତର ସିଙ୍ଗିପୁର ଅଭିମୁଖେ ଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗତକାଲି ରାତିରେ ସେମାନ ଙ୍କୁ କନ୍ୟାରିବାଡି ଗ୍ରାମ ଠାରୁ ବେଗୁନିଆପଡ଼ା ଫାଣ୍ଡି ପୋଲିସ ଗାଡି ମାଧ୍ୟମରେ ନେଇ ସେମାନଙ୍କ ଗାଁ ରେ ଛାଡିଥିଲେ । ଏଥିରେ ବୁରୁଝରି ପଞ୍ଚାୟତ ର ନାୟବ ସରପଞ୍ଚ ବାସୁଦେବ ସାହୁ, ୱାର୍ଡ ମେମ୍ବର କରୁଣା କର ସାହୁ, ବି ଏଫ୍ ଟି ରବିନ୍ଦ୍ର ନାଥ ସାହୁ ପ୍ରମୂଖ ସହଯୋଗ କରିଥିଲେ ।

Comments (0)
Add Comment