ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୩.୨୦୨୦) – : ଆଜି ୧୦ ରୁ ୧୫ ଜଣ ମହିଳା ଓ ପୁରୁଷମାନେ ଭୁବନେଶ୍ବର ଠାରୁ ନିଜ ଘର କବିସୂର୍ଯ୍ୟ ନଗର ଅଭିମୁଖେ ଚାଲି ଚାଲି ଯାଉଥିଲେ । ଏହି ସମୟରେ କୋଦଳା ବସ ଷ୍ଟାଣ୍ଡ ଉପରେ କରୋନା ପାଇଁ କୋଦଳା ପୋଲିସ ପକ୍ଷରୁ ଲକ୍ ଡାଉନ ପାଇଁ ସିପାହୀ ମାନେ ପହିନ୍ତରା ମାରୁଥିଲେ । ଉକ୍ତ ବ୍ୟକ୍ତି ମାନଙ୍କୁ କୋଦଳା ପୋଲିସ ପକ୍ଷରୁ ଖାଦ୍ୟ ପାନୀୟ ଦେବା ସହ ଗାଡି ମାଧ୍ୟମରେ ସେମାନଙ୍କ ଗାଁ ରେ ଛାଡିବା ସହ ଡାକ୍ତର ଙ୍କ ପରାମର୍ଶ ନେବା ପାଇଁ କହିଥିଲେ । କୋଦଳା ପୋଲିସ ର ଏହି ମହାନୀୟତା କାର୍ଯ୍ୟ ପାଇଁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି ।