କରୋନା କୁ ନମସ୍କାର।

ଖୋର୍ଦ୍ଧା (୨୩/୩/୨୦) ଦ୍ଵାପର ଯୁଗର ଶେଷ ଭାଗରେ କୋକୁଆ ଭୟ ସୃଷ୍ଟି ହୋଇ ପୁରା ଯଦୁ କୂଳ ନାଶ ହୋଇଥିଲେ।ଯୁଗ ଶେଷ ହୋଇ ଥିଲା ବୋଲି ଆମେ ଯାଣିଥିଲୁ।ସାରା ବିଶ୍ବ ଆଜି କରୋନା ର କୋକୁଆ ଭୟ ରେ ଭୟବିତ।ଏବଂ କରୋନା ସହ ଲଢ଼ୁଛି। ହେଲେ ଏ ଲଢେଇରେ,ନା ଅଛନ୍ତି ସେନା ସୈନ୍ୟ,ନା ଅଛନ୍ତି କୈାଣସି ଆର୍ମି ଫୋର୍ସ। ଏ ଲଢେଇରେ ଗୋଳାବାରୁଦ କି ତୋପ କମାଣ କିଛି କାମ କରୁନାହଁ। କେତେ ଆକସ୍ମିକ କେତେ ସହଜରେ ଚାଲିଆସିଲା,ଏ କୋକୁଆ। ବିଜ୍ଞ ଲୋକମାନେ କହିଛନ୍ତି କଳିଯୁଗ ଶେଷ ହେବା ସମୟ ଆସୁଛି। ସତରେ କ’ଣ ସେ ସମୟ ଆସିବା ଆସିବା ହୋଉଛି?। ବହୁତ ବଡ଼ ବଡ଼ ବିପଦ ଆସିଛି, ପୁଣି ଟଳି ଯାଇଛି। ସବୁ ବିପତ୍ତି ବେଳେ ଆମେ ମନ୍ଦିର, ମସଜିଦ ରେ ଯାଇ ଠାକୁର ଙ୍କୁ ପ୍ରାର୍ଥନା କରିଛୁ।ଆଉ ଠାକୁର ଆମ ପ୍ରାର୍ଥନା ଶୁଣି ଛନ୍ତି।ଏଟା ଏମିତି ବିପତ୍ତି ଆସିଛି, ମନ୍ଦିର , ମସଜିଦ, ଠାକୁର ଙ୍କ ନିତି ନିୟମ ,ସବୁ ଠପ୍ ହୋଇଯାଇଛି।ଏଟା ପ୍ରଳୟର ସୁଚନା କି?ଏଠି ନା ରାଜନିତି କାମ କରୁଛି,ନା ଅନୁଭୂତି କାମ କରୁଛି। ଡାକ୍ତର , ଓୗଷଧ, ବିଜ୍ଞାନ, ବୈଜ୍ଞାନିକ,ଏଠି କେହି କିଛି କରି ପାରୁନାହାନ୍ତି। ହୁଏତ ଏଠି ଆମର ଧର୍ମ ନିତି କିଛି କାମ କରିପାରେ।ଆମେ ରୋଗ ହେଲେ ହସ୍ପିଟାଲ ଯିବା କୁ ଚିନ୍ତା କରୁ। ହେଲେ ଏବେ ହସ୍ପିଟାଲ କଥା ଭାବିଲେ ଭୟ ଲାଗୁଛି। ତାପରେ ନିତି ଦିନିଆ ଜୀବନ, ଠପ୍ ହୋଇଯାଇଛି। କ’ଣ ହେବ ଆଗକୁ?। ରାସ୍ତା ଘାଟ ଶୁନ୍ୟ।କରୋନା ଆମ ସମସ୍ତଙ୍କୁ ଏକ ପ୍ରକାର ଗୃହ ବନ୍ଦି କରି ଦେଇଛି।
ପିଲା ମାନଙ୍କ ର ପାଠ ପଢା ଠପ୍।ଦେଶର ଭବିଷ୍ୟତ ,ଆଉ ଦେଶର ମେରୁଦଣ୍ଡ ହଲିବାକୁ ବସିଲାଣି। ସମସ୍ତେ ହାତ ଟେକି ଲେଣି ଉପରକୁ। ଗୋଟିଏ ପରିବାର ମଧ୍ୟରେ ଦୂରତା ସୃଷ୍ଟି ହେଲାଣି। ଏକାଠି ବସିବା, ଏକାଠି ଶୋଇବା, ଏକାଠି ଖାଇବା,ସବୁ ବନ୍ଦ୍ ହେଲାଣି।
କାଶିବା,ଛିଙ୍କିବା, ବନ୍ଦ୍।ହାତ ଧୋଇ ଧୋଇ ଥଣ୍ଡା ହେଲେ ମଧ୍ୟ କାଶିବା ମନା।ଏବେ ସମୟ ଆସିଛି ଆମେ ଆମ ସଂସ୍କୃତି, ଯାହାକୁ ଆମେ ପୁରୁଣା କହି କିଛି କିଛି ଭୁଲିଯାଇ ଥିଲୁ, ତାକୁ ଆପଣେଇବାର। ପୂଜା ପାଠ,ଧୂପ,ଦୀପ, କର୍ପୁର ଆଳତି ଆମ ପୂଜା ର ବିଧି। ସକାଳୁ ଗାଧୋଇ ସାରି ପ୍ରଥମେ ତୂଳସୀ ମୂଳରେ ପାଣି ଦେଇ ତୂଳସୀପତ୍ର ଟିଏ ସେବନ କରିବା ଆମ ନିୟମ। ଘରକୁ କୁଣିଆ କେହି ଆସିଲେ ପ୍ରଥମେ ପାଣିଢାଳ ଦିଆଯାଏ।ଗୋଡହାତ ଧୋଇ ପରିସ୍କାର ହୋଇ ଘରେ ପ୍ରବେଶ କରି ବା ଆମ ପରମ୍ପରା। ପୂର୍ବ ପୁରୁଷ ମାନେ କହିଛନ୍ତି,ସାଧା ଭୋଜନ,ଯଥା ଭାତ,ଡାଲି, ତରକାରି,ଗରମ ଗରମ ଖାଇଲେ, କିଛି ରୋଗ ପାଖ ମାଡେନା।ତେଣୁ ଏବେ ସମୟ ଆସିଛି, ଆମେ ସମସ୍ତେ ଆମ ପରମ୍ପରା କୁ ଆପଣେଇ,ନିଜ ନିଜ ର ଘରକୁ ସଫା ସୁତୁରା କରି ଗୋଟିଏ ଗୋଟିଏ ମନ୍ଦିର ରେ ପରିଣତ କରିବା। ନିଜ ମନ ଆଉ ନିଜ ଶରୀର ସଫା କରି ଏକ ମନ ,ଏକ ଚିନ୍ତନ ହୋଇ ଏକ ସ୍ଵରରେ ଭଗବାନଙ୍କୁ ପ୍ରାର୍ଥନା କରିବା କରୋନାକୁ ଭୟ କରିବା ବଦଳରେ ଭଗେଇବାକୁ ଚେଷ୍ଟା କରିବା।ଏ ବିପତ୍ତି ନିଶ୍ଚୟ ଟଳିଯିଵ।
ଜୟ ଜଗନ୍ନାଥ (ରଣଜିତ୍ କେଶରି ନରେନ୍ଦ୍ର ସାମନ୍ତରାୟ, ଜରିପୁଟ )

Comments (0)
Add Comment