((କବିତା))କରୋନା କୁ ଭୟ କରନା।

କରୋନା ମାନେ ଗୋଟିଏ ଦିନ
କାମରୁ ବିରତି ରହି
ସଜାଗ ହୋଇ ନୀତି ପାଳିଲେ
କରୋନା ଭୟ ନାହିଁ।
ଥଣ୍ଡା ଦରବଠୁ ଦୂରରେ ରହି
ପାଣିକୁ ପିଇଵ ସଦା ଫୁଟାଇ
ନିଜ ହାତକୁ ସଦା ସମୟେ
ସାବୁନ ପାଣିରେ ରହୁଥା ଧୋଇ
ଖାଦ୍ୟ ସହିତ କଞ୍ଚା ରସୁଣ
କରଇ ଯିଏ ସଦା ସେଵନ
କରୋନା ଭୟ ରହେନା ତାର
ଏ ଅଟେ ସତ୍ୟ ପ୍ରମାଣ
ପଦାକୁ ଗଲେ ମୂଖା ଵରଣ
କରଇ ଯିଏ ଧାରଣ
ପଦାରୁ ଆସି ଗୋଡ଼ ହାତକୁ
କରଇ ଯିଏ ଶୋଧନ
ଭେଷଜଙ୍କର ଉପଦେଶକୁ
ଯିଏ ମାନିଣ ଚଳେ
ତେବେତ ଯାଇ କରୋନା ଭୟ
ମନରୁ ସଦା ଟଳେ
ଜଗତ ନାଥ ସେ ଜଗନ୍ନାଥ
ଭକ୍ତ ଵାନ୍ଧବ ହରି
କରିବେ ପାରି ନିଶ୍ଚୟ ସିଏ
କରୋନା ଦୈତ୍ୟ ମାରି।
((ଉମା ଶଙ୍କର ପ୍ରସାଦ))
((କଵି ତଥା ସ୍ତମ୍ବକାର,ଖୋର୍ଦ୍ଧା))

Comments (0)
Add Comment