ନୟାଗଡ, (LR News, , ୨୧.୦୩.୨୦୨୦) – : ଆଜି ନୟାଗଡ ବନଖଣ୍ଡ କାର୍ଯ୍ୟାଳୟରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ୍ ଧମେନ୍ଦ୍ରେ ଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବା ବେଳେ ଏଥିରେ ବହୁଲୋକଙ୍କ ମୃତ୍ୟୁ ହେବା ସହ ବର୍ତ୍ତମାନ ମଧ୍ୟ ଅନେକ ଲୋକ କରୋନା ରୋଗର ଶିକାର ହେଉଛନ୍ତି । ତେଣୁ କରୋନା ଭଳି ମହାମାରି ଭାଇରସକୁ କିଭଳି ଜନ ସମାଜଠାରୁ ଦୁରେଇ ରଖାଯିବ ସେଥିପ୍ରତି ସ୍ୱଚ୍ଛତାକୁ ଆଖିଆଗରେ ରଖି ନୟାଗଡ ଜିଲ୍ଲାର ସବୁ ବାନାଚଳ କାର୍ଯ୍ୟାଳୟ ରେ ସ୍ୱଚ୍ଛତା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।