ଖୋର୍ଦ୍ଧା (LR NEWS ୧୯/୩/୨୦) ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ କରନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ହାତକୁ ବାରମ୍ବାର ଧୁଅନ୍ତୁ, ମୁହଁରେ ମାସ୍କ୍ ଓ ରୁମାଲୁ ବାନ୍ଧି ବାହାରକୁ ବାହାରନ୍ତୁ। ଖୋଲାରେ ମେଲାରେ ଛିକନ୍ତୁ ନାହିଁ। କାଶ ଛିଙ୍କ ସମୟରେ ମୁହଁରେ ରୁମାଲ ବ୍ୟବହାର କରନ୍ତୁ। ଜ୍ଵର କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଜନ ଗହଳି ସଭା ସମିତି ଠାରୁ ଦୂରେଇ ରୁହନ୍ତୁ।ଆଖି, ନାକ, କାନ ବାରମ୍ବାର ସ୍ପର୍ଷ କରନ୍ତୁ ନାହିଁ। ସର୍ବସାଧାରଣ ଜାଗାରେ ଛେପ ଖଙ୍କାର ପକାନ୍ତୁ ନାହିଁ। ଏହିଭଳି ସଚେତନତା ବାର୍ତ୍ତା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହାଣୀ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ମାଧୁରୀ ସାମଲଙ୍କ ଅଭିନବ ଉପାୟରେ କରନା ସଚେତନତା କାର୍ଯ୍ୟକ୍ରମ କରିଥିଲେ।
ସାରା ବିଶ୍ବରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି।ଏ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ନୟାଗଡ଼ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ କୁ ପ୍ରତିଦିନ ଲୋକେ ଆସୁଥିବାରୁ ସଂକ୍ରମଣ ଯେମିତି ବିସ୍ତାର ନ କରିବ ସେଥିପାଇଁ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ପାଣି ଓ ସାବୁନ ର ବ୍ୟବସ୍ଥା କରିବା ସହିତ ସମସ୍ତ ଷ୍ଟାଫ ଙ୍କୁ ପରାମର୍ଶ ଦେଇଛନ୍ତି ।