ଖଲ୍ଲିକୋଟ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ୫ ଗିରଫ ଗଞ୍ଜାମ,

ଗଞ୍ଜାମ (LR NEWS, ୧୭/୦୩/୨୦୨୦ ): ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା – ଭାଳିଆଝର ରାସ୍ତାରେ ଗତ ହୋଲି ଦିନ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ଗତକାଲି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ୍ । ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅଞ୍ଚଳର ଦୁଇ ଜଣ ସମ୍ପର୍କୀୟ ଭଉଣୀ ବେଗୁନିଆଁପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ଗ୍ରାମକୁ ଦୋଳଯାତ୍ରା ଦେଖିବାକୁ ଯାଇଥିଲେ । ଦୋଳଯାତ୍ରା ଦେଖି ଦୁଇ ଭଉଣୀ ହୋଲି ଦିନ ସକାଳୁ ନିଜ ଗ୍ରାମକୁ ଫେରୁଥିବା ବେଳେ ୫ ଜଣ ଯୁବକ ସେମାନଙ୍କ ପିଛା କରିଥିଲେ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା – ଭାଳିଆଝର ରାସ୍ତା ନିଛାଟିଆ ଥିବା ଦେଖି ଦୁଇ ଭଉଣୀ ଙ୍କୁ ରାସ୍ତାରୁ ଉଠାଇ ନେଇ ନିକଟସ୍ଥ ଏକ ନିକାଂଚନ ସ୍ଥାନ ରେ ଗଣ ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ ଗତ ୧୩ ତାରିଖରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ଥାନା କେସ ନମ୍ବର ୧୧୧/୨୦୨୦ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପିଡିତା ଙ୍କୁ ଡ଼ାକ୍ତରୀ ମାଇନା ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଜାରୀ ରଖିଥିଲେ । ସୂଚନା ମୁତାବକ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ଥିଲେ । ଗିରଫ ୫ ଜଣ ଅଭିଯୁକ୍ତ ସୁମଣ୍ଡଳ ଗ୍ରାମର ସଞ୍ଜୟ କୁମାର ବାରିକ , ଉପେନ୍ଦ୍ର ପ୍ରଧାନ , ଶଙ୍କର ସ୍ୱାଇଁ , ପୁଷ୍କର ଜେନା ଓ ଭାଳିଆଝର ଗ୍ରାମର ଆରତ ବିଶ୍ୱାଳଙ୍କ ବିରୋଧ ରେ ଦଫା ୩୭୬, ପୋକ୍ସ ଆକ୍ଟ ଓ ଆଟ୍ରୋସିଟି ଆକ୍ଟ ଲଗାଇ ଗତକାଲି କୋର୍ଟ ଚାଲାଣ କରାଯାଇଛି । ପିଡିତା ଦୁଇ ସମ୍ପର୍କୀୟ ଭଉଣୀ ନାବାଳିକା ଓ ହରିଜନ ସମ୍ପ୍ରଦାୟର ବୋଲି ଜଣାପଡିଛି ।

Comments (0)
Add Comment