ଜଙ୍କିଆ ଥାନା ଅଧିକାରୀଙ୍କ ଅଭିନବ ଉପାୟରେ କୋରୋନା ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା (LR NEWS ୧୭/୩/୨୦) ଜଙ୍କିଆ ଥାନା ଅଧିକାରୀଙ୍କ ଅଭିନବ ଉପାୟରେ କୋରୋନା ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ହାତକୁ ବାରମ୍ବାର ଧୁଅନ୍ତୁ, ମୁହଁରେ ମାସ୍କ୍ ଓ ରୁମାଲୁ ବାନ୍ଧି ବାହାରକୁ ବାହାରନ୍ତୁ। ଖୋଲାରେ ମେଲାରେ ଛିକନ୍ତୁ ନାହିଁ। କାଶ ଛିଙ୍କ ସମୟରେ ମୁହଁରେ ରୁମାଲ ବ୍ୟବହାର କରନ୍ତୁ। ଜ୍ଵର କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଜନ ଗହଳି ସଭା ସମିତି ଠାରୁ ଦୂରେଇ ରୁହନ୍ତୁ।ଆଖି, ନାକ, କାନ ବାରମ୍ବାର ସ୍ପର୍ଷ କରନ୍ତୁ ନାହିଁ। ସର୍ବସାଧାରଣ ଜାଗାରେ ଛେପ ଖଙ୍କାର ପକାନ୍ତୁ ନାହିଁ। ଏହିଭଳି ସଚେତନତା ବାର୍ତ୍ତା ନେଇ ଜଂକିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ଅଭିନବ ଉପାୟରେ କରନା ସଚେତନତା କାର୍ଯ୍ୟକ୍ରମ ଜଂକିଆ ବସଷ୍ଟାଣ୍ଡ ରେ ଶ୍ରୀ ଯୁବପରିସଦ ର ସଭ୍ୟମାନେ ଓ ବିଶିଷ୍ଟ ସମାଜସବୀ ଶ୍ରୀଯୁକ୍ତ ବିଭୂତିଭୂଷଣ ଛୋଟରାୟଙ୍କୁ ନେଇ ୫୦୦ ମାଷ୍କ୍ ବଣ୍ଟନ କରିଥିଲେ।

Comments (0)
Add Comment