ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ଶାଙ୍କୁଡ଼ା ପଞ୍ଚାୟତରେ ଏକ ହାତ ଧୁଆ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୫.୦୩.୨୦୨୦) – : ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ଶାଙ୍କୁଡ଼ା ପଞ୍ଚାୟତରେ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ଏହି ମାରାତ୍ମକ ଭାଇରସ କବଳରୁ କିଭଳି ନିଜକୁ ରକ୍ଷା କରିବେ ସେ ନେଇ ହାତ ଧୁଆ କାର୍ଯ୍ୟକ୍ରମ କରିଛନ୍ତି ବିଧାୟିକା | ଏଥିସହ କରୋନାକୁ ରୋକିବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ବିଧାୟିକା।

Comments (0)
Add Comment