ସ୍ମୃତି ଅର୍ଘ୍ୟ


ହେ ପ୍ରସନ୍ନ ମିଶ୍ର ସଦା ହସ ହସ
ତୁମ ମିଠା କଣ୍ଠ ସ୍ୱର
ଚାଲି ଗଲ ତୁମେ ଅଫେରା ପୁରକୁ
ନ ଲାଗିଲା ଵେଶୀ ଦୁର (୧)
ଉଡ଼ି ଉଡ଼ି କେବେ ଯିଵି ତୁମ ପାଶେ
ମନ ହୁଏ ଛନ ଛନ
ତୁମରି ସ୍ମୃତି ରେ ଦେଖୁଛି ସ୍ୱପନ
ବିଗତ ପୁରୁଣା ଦିନ
ପ୍ରତିଯୋଗିତାରେ ବିଚାରକ ଭାଵେ
ହୋଇଥାଏ ସମାଗମ
ମନେ ପଡ଼ିଯାଏ ଅତିତର କଥା
ମନରେ ଆସଇ ଭ୍ରମ(୩)
ଦେଖିଥାଏ ଯିଏ ତୁମ ହସମୂଖ
ମନ ରହିଥାଏ ଲାଖି
ତୁମ ଚାହାଣିରେ ଯାଦୁକରୀ ଥିଲା
ମନ ରହୁଥିଲା ଲାଖି(୪)
ସଂସ୍କୃତ ଵିଷୟେ ତୁମେ ଵିଷାରଦ
ମୁଁ ନମିତ୍ତ ମାତ୍ର ଛାର
ତୁମ ସ୍ମୃତି ଗାନ ଲେଖିବା ପାଇଁ କି
ଅକ୍ଷମ ଦୀନ ମାତର(୫)
ଉମା ଶଙ୍କର ପ୍ରସାଦ
କଵି ତଥା ସ୍ତମ୍ବକାର

Comments (0)
Add Comment