ପ୍ରଧାନମନ୍ତ୍ରୀଙ୍କ ନିରାମୟ ଜୀବନ କାମନା କରି ଦୀପଦାନ।

ଖୋର୍ଦ୍ଧା – LR NEWS -୧୦/୦୪/୨୬ ଭାରତ ବର୍ଷର ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ କ୍ରମାଗତ ଭାବେ ଦୀର୍ଘ ୧୨ ବର୍ଷ ଧରି ରାଷ୍ଟ୍ରର ସେବା କରିବା ସହ ଭାରତର ସବୁଠାରୁ ଦୀର୍ଘ ସମୟ ନିରନ୍ତର କାର୍ଯ୍ୟ କରିଥିବାରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ସାମୁହିକ ପ୍ରାର୍ଥନା ଓ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ପୌର ପରିଷଦ ଅନ୍ତର୍ଗତ ଶ୍ରୀ ଶ୍ରୀ ଲୋକେଶ୍ବର ଦେବଙ୍କ ପୀଠରେ ନିରନ୍ତର ସେବା ଜାରି ରଖିବା ନିମନ୍ତେ ସମୂହ ଦୀପ ଦାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରାଯାଇଥିଲା । ସେହିପରି ଦେଶ ମାତୃକାର କଲ୍ୟାଣ ସାଧନ କରିବା ସହ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱକୁ ସଫଳତାର ସହ ଆଗକୁ ନେବା ପାଇଁ ଠାକୁରଙ୍କ ନିକଟରେ ଦୀପ ଜାଳି ଶତାଧିକ ମହିଳା କାମନା କରିଥିଲେ ।

ଏହି ପ୍ରାର୍ଥନା ଓ ଦୀପଦାନ କାର୍ଯ୍ୟକ୍ରମରେ ନାରୀନେତ୍ରୀ ବାସନ୍ତୀ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ବିଜେପି ଉପ ସଭାପତି ଦିଲ୍ଲୀପ ହୋତା, ଗୁଣନିଧି ମହାପାତ୍ର, ବିଜୟ ପ୍ରଧାନ, ଶିବ ନାରାୟଣ ଦାଶ , କିଶୋର ବରାଳଙ୍କ ସମେତ ମହିଳା, ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଠାକୁରଙ୍କ ନିକଟରେ ଦୀପଦାନ କରିଥିଲେ ।

Comments (0)
Add Comment