ଆଇନ ଷ୍ଟାଇନ ହାଇଅର ସେକେଣ୍ଡାରୀ ସ୍କୁଲର +୨ ବିଜ୍ଞାନରେ ଛାତ୍ର ଓ ଛାତ୍ରୀଙ୍କ କୃତିତ୍ୱ ଲାଭ ।

ଖୋରଧା, LR NEWS ୨୩/୫/୨୦୨୬ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇଛି। ଖୋର୍ଦ୍ଧା ନିକଟସ୍ଥ ବଣିଆଟାଙ୍ଗୀରେ ଅବସ୍ଥିତ ଆଇନ ଷ୍ଟାଇନ ହାଇଅର ସେକେଣ୍ଡାରୀ ସ୍କୁଲରେ ଅଧ୍ୟୟନ କରୁଥିବା ନିରାକାରପୁର ଡିଆ ଗ୍ରାମର ଧନେଶ୍ୱର ସାହୁଙ୍କ ଝିଅ ଶ୍ରୀମତୀ ବନ୍ଦିତା ସାହୁ +୨ ବିଜ୍ଞାନ ବିଭାଗର ୬୦୦ ମାର୍କରୁ ୫୮୩ ନମ୍ବର ଓ ଫୁଲବାଣୀ କନ୍ଧମାଳର ଅଶୋକ କୁମାର ଭର୍ଗତିଙ୍କ ପୁଅ ଶ୍ରୀମାନ ଆଶୁତୋଷ ଭର୍ଗତି +୨ ବିଜ୍ଞାନ ବିଭାଗର ୬୦୦ ମାର୍କରୁ ୫୫୯ ନମ୍ବର ରଖି ମହାବିଦ୍ୟାଳୟର ଗର୍ବ ଓ ଗୌରବ ହାସଲ କରିଥିବାରୁ ମହାବିଦ୍ୟାଳୟ ତରଫରୁ ଉକ୍ତ ଛାତ୍ର ଓ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ସହ ମାନପତ୍ର ଏବଂ ମହାବିଦ୍ୟାଳୟର ଟ୍ରଫି ପ୍ରଦାନ କରି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି। ଉକ୍ତ ମହାବିଦ୍ୟାଳୟରେ ଚଳିତ ବର୍ଷ ୨୦୨୫-୨୦୨୬ ବିଜ୍ଞାନ ବିଭାଗରେ ୧୧୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷ୍ୟା ଦେଇଥିଲେ। ତନ୍ମଧ୍ୟରୁ ୧୦୦ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଆଉ ୧୨ ଜଣ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ମହାବିଦ୍ୟାଳୟର ସତ ପ୍ରତିଶତ ଫଳା ଫଳ ଭଲ ହୋଇ ଥିବାରୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଖୁସି ବ୍ୟକ୍ତ କରିଛନ୍ତି। ଆଇନ ଷ୍ଟାଇନ ଗ୍ରୁପ ଅଫ ଇନ୍ଷ୍ଟିଟ୍ୟୁସନର ନିର୍ଦ୍ଦେଶକ ଡ଼କ୍ଟର ରତି ରଞ୍ଜନ ସାବତ, ଆଇନ ଷ୍ଟାଇନ ମହାବିଦ୍ୟାଳୟର ଅଧକ୍ଷ୍ୟ ଡ଼କ୍ଟର ଅବଦୁଲ କଲାମ, ମହାବିଦ୍ୟାଳୟର ଉପାଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ବିଶ୍ୱଜିତ ଚମ୍ପତିରାୟ, ଆଇନ ଷ୍ଟାଇନ ଯାନ୍ତ୍ରିକ ମହାବିଦ୍ୟାଳୟର ଡିନ ସ୍ଟୁଡେଣ୍ଟ ଉଏଲ ଫେୟାର ଶ୍ରୀଯୁକ୍ତ ଅନିଲ ପଣ୍ଡା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ଦୁଇ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Comments (0)
Add Comment