ଖୋର୍ଦ୍ଧା ରେ ଔଷଧ ଦୋକାନ ବନ୍ଦ ଆନ୍ଦୋଳନ ଖୋର୍ଦ୍ଧା।

ଖୋର୍ଦ୍ଧା LR NEWS :୨୦/୦୫/୨୬:ସର୍ବଭାରତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ଡାକରା କ୍ରମେ ଓ ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ଆହ୍ୱାନ ରେ ମେ ୨୦ ତାରିଖ ବୁଧବାର ସାରା ଭାରତରେ ଔଷଧ ଦୋକାନ ବନ୍ଦ ଡାକରାରେ ଖୋର୍ଦ୍ଧା ଜୋନ ତରଫରୁ ମଧ୍ୟ ସମସ୍ତ ଔଷଧ ଦୋକାନ ଗୁଡିକ ବନ୍ଦ କରାଯାଇ ଧାରଣା ଦିଆ ଯାଇଥିଲା। ତିନି ଦଫା ଦାବି ଯଥା ୧. ଔଷଧ ର ଅନଲାଇନ ବିକ୍ରୟ ବନ୍ଦ କରିବା, ୨. କର୍ପୋରେଟ ସଂସ୍ଥା ଦ୍ୱାରା ଗଭୀର ରିହାତି ବନ୍ଦ କରିବା ଏବଂ ୩. ନକଲି ଔଷଧ କୁ ବଜାରରୁ ଏଡେଇବା ଦାବି ରେ ଖୋର୍ଦ୍ଧା ର ସମସ୍ତ ଔଷଧ ଦୋକାନ ବନ୍ଦ ହେବା ଦ୍ୱାରା ବହୁ ରୋଗୀ ଔଷଧ କିଣିବାରୁ ବଂଚିତ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ସଭାପତି ସରୋଜ କୁମାର ପାଇକରାୟ, କାର୍ଯ୍ୟକାରୀ ସଭାପତି ବଦ୍ରିନାରାୟଣ ମହାପାତ୍ର, ଖୋର୍ଦ୍ଧା ଜୋନ ସାଙ୍ଗଠନିକ ସମ୍ପାଦକ ସଂଜୟ କୁମାର ନାୟକ,ଖୋର୍ଦ୍ଧା ଜୋନ ସମ୍ପାଦକ କ୍ଷିତୀଶ କୁମାର ନିଶଙ୍କ ଏବଂ ବହୁ ଔଷଧ ଦୋକାନୀ ଉପସ୍ଥିତ ରହି ଏହି ବନ୍ଦ କୁ ସଫଳ ରୂପାୟନ ଦେବାରେ ସହାୟକ ହୋଇଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ସ୍ଥାନୀୟ ଖୋର୍ଦ୍ଧା ପୂର୍ତ୍ତ ଡାକବଙ୍ଗଳା ଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ କର୍ମକର୍ତ୍ତା ମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସରକାର ଙ୍କୁ ଚେତାବନୀ ଦେଇଥିଲେ। ଆଜିର ଏହି ପ୍ରତିବାଦ ସଭାକୁ ଅକ୍ଷୟ କୁମାର ସାହୁ,ସନ୍ତୋଷ ଅଗ୍ରୱାଲ,ଶାନ୍ତନୁ କୁମାର ମିତ୍ର ଙ୍କ ସମେତ ଯୁବ ଓ ବରିଷ୍ଠ କର୍ମକର୍ତା ମାନେ ସଫଳତା ର ସହ ଆୟୋଜନ କରିଥିଲେ। ସର୍ବ ସାଧାରଣ ଙ୍କ ଅସୁବିଧା ପାଇଁ ସଭା ରେ ଜନ ସାଧାରଣ ଙ୍କୁ କର୍ମକର୍ତା ମାନେ ଦୁଃଖ ପ୍ରକାଶ ସହ ସମସ୍ତ ଦୋକାନୀ ମାନଙ୍କ ଏହି ପେଟ ପାଟଣା ପାଇଁ ଆନ୍ଦୋଳନ କୁ ସହାୟକ ହେବାପାଇଁ ନିବେଦନ କରିଥିଲେ।

Comments (0)
Add Comment