ଖୋର୍ଦ୍ଧାରେ ବିଷୁବ ମିଳନ ଓ ଓଡ଼ିଆ ନବବର୍ଷ ସମାରୋହ।

LR NEWS ଖୋର୍ଦ୍ଧା-୧୬/୪-ସମାଜରେ ସୁସ୍ଥ ପରମ୍ପରା ବଜାୟ ରଖିବା ପାଇଁ ଭାଷା ସାହିତ୍ୟ ଓ ସଂସ୍କାର ମୂଳକ କାର୍ଯ୍ୟର ଯଥେଷ୍ଟ ଗୁରୁତ୍ୱ ରହିଛି । ସମସ୍ତେ ମାଆ, ମାଟି ଓ ମାତୃଭାଷାକୁ ପ୍ରାଣ ଭରି ଭଲ ପାଇବା ଆବଶ୍ୟକ । ଏଥି ପ୍ରତି ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି । ସ୍ଥାନୀୟ ଗୀତା ଭବନ ସଭାଗୃହରେ ସୋମବାର ଦିନ ଅନୁଷ୍ଠିତ ବିଷୁବ ମିଳନ ଓ ଓଡ଼ିଆ ନବବର୍ଷ-୨୦୨୬ ସମାରୋହରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଟ୍ଟନାୟକ ମତ ରଖିଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଆ ଶାରଳାଙ୍କ ଉଦେ୍ଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉକ୍ତ ଉତ୍ସବକୁ ଉଦ୍ଘାଟନ କରି ବିଶିଷ୍ଟ କଥାଶିଳ୍ପୀ ଡ଼.ପ୍ରଦ୍ମଜ ପାଳ ଖୋର୍ଦ୍ଧାର ଇତିହାସ, ସାହିତ୍ୟ ଓ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଶ୍ରୀ ରାଜରାମ ବେହେରା ଓ ତାଙ୍କ ଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଦେଶାତ୍ମକ ଗୀତ ଗାନ କରିବା ପରେ ଖୋର୍ଦ୍ଧା ଜିଲ୍ଲା ସାହିତ୍ୟ ସମାଜର ସଭାପତି ତଥା ବରିଷ୍ଠ କଥାଶିଳ୍ପୀ ଡ଼.ସୁରେଶ ଛୋଟରାୟଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ସମାରୋହର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର ଅଭିଭାଷଣ ଦେଇ କହିଲେ, ଓ ବୋଦ୍ଧିକ ସାହିତ୍ୟ ସୃଷ୍ଟି କରିବା ଉପର ଆଲୋକପାତ କରି ଯୁବପିଢି ସାହିତ୍ୟ ମନସ୍କ ହେବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ ।

ତେଣୁ ଆଜିର ସାହିତ୍ୟ ସମାଜ ଉପଯୋଗୀ ହେବା ସହ ଭବିଷ୍ୟତର ସମାଜକୁ ସମୃଦ୍ଧ କରିବା ପାଇଁ ପ୍ରେରଣାଦାୟୀ । ଖୋର୍ଦ୍ଧା ଜିଲ୍ଲା ସାହିତ୍ୟ ସମାଜର ସମ୍ପାଦକ ଜ୍ଞାନ ରଂଜନ ଦାଶ, ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଶିଷ୍ଟ ଭାଷାବିତ୍ ଓ ସାହିତ୍ୟକ ଶ୍ରୀଯୁକ୍ତ କୃପାସିନ୍ଧୁ ବିଶ୍ୱାଳଙ୍କୁ ଖୋର୍ଦ୍ଧା ବିଷୁବ ସମ୍ମାନ ୨୦୨୬ ଓ ଅନ୍ୟତମ ବରିଷ୍ଠ ଭାଷାବିତ୍ ଓ ସାହିତ୍ୟକ ଡ଼. ଲକ୍ଷ୍ମୀକାନ୍ତ ଖୁଂଟିଆଙ୍କୁ ତୃତୀୟ ଯମେଶ୍ୱର କହଲସିଂହ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପ୍ରଥମ ଅଧିବେଶନରେ କବି ଡ଼.ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କ ପୋରୋହିତ୍ୟରେ କବି ଗୋବିନ୍ଦ ଚନ୍ଦ୍ର ମହାରଣା, କବୀ କମଳିନୀ ମଲ୍ଲିକ ଓ ଗୋପୀନାଥ ସେଠୀଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତ୍ରିଲୋଚନ ଦାସ ଓ ନିଶିକାନ୍ତ କହଲସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସାହିତ୍ୟ ସମାଜର କୋଷାଧ୍ୟକ୍ଷ କବି ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଥାଶିଳ୍ପୀ ତପନ ମହାପାତ୍ର, ସମରେନ୍ଦ୍ର ବଳିଆରସିଂହ, ବିପିନ୍ ମହାନ୍ତି, ଅକ୍ଷୟ କୁମାର ସାହୁ, ଅଜୟ ସେଠୀ, ଗାଳ୍ପିକ ଡ଼.ବୃନ୍ଦାବନ ପଣ୍ଡା, ଡ଼.ଚପଳା ପଣ୍ଡା, ସ୍ୱାଗତିକା ସୁନ୍ଦରାୟ, ସ୍ନିଗ୍ଧା ସୁଚିସ୍ମିତା ଖଟୁଆ, ଅନ୍ତର୍ଯ୍ୟାମୀ ପ୍ରଧାନ, ସୋ÷ଦାମିନୀ ବେହେରା, ହରିହର ସାହୁ, ଗୀତାଞ୍ଜଳି ମହାପାତ୍ର, ଇତିଶ୍ରୀ ସାହୁଙ୍କ ସମେତ ଶତାଧିକ ସଂସ୍କୃତି ପ୍ରେମୀ ଓ କବି ଯୋଗଦାନ କରିଥିଲେ ।

Comments (0)
Add Comment