ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ।

ଖୋର୍ଦ୍ଧା, ୨୯/୦୧/୨୫ (ବାଣପୁର): ନାଚୁଣୀ ସରକାରୀ ମହାବିଦ୍ୟାଳୟରେ ଖୋର୍ଦ୍ଧା ଆଞ୍ଚଳିକ ପରିବହନ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସୁନିଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଟିଥି ଭାବେ ବାଲୁଗାଁ ଏସ.ଡି.ପି.ଓ ସଞ୍ଜୟ ପଟ୍ଟନାୟକ ସଡ଼କ ସୁରକ୍ଷା ସଚେତନତା ଉପରେ ଅତି ସୁନ୍ଦର ବକ୍ତବ୍ୟ ରଖିଥିଲେ।

ମୁଖ୍ୟବକ୍ତା ଭାବେ ଆରଟିଓ ମାନସ ରଞ୍ଜନ ମିଶ୍ର ସଡ଼କ ଦୁର୍ଘଟଣା ଉପରେ ଅନେକ ତଥ୍ୟ ମାଧ୍ୟମ ରେ ମତ ରଖିଥିଲେ। ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ ଯୋଗଦେଇ ଛାତ୍ରୀମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇଥିଲେ ।

ମୋଟର ଯାନ ନିରୀକ୍ଷକ ରବୀନ୍ଦ୍ରନାଥ ଜେନା ଏହି କାର୍ଯ୍ୟକ୍ରମରେ ପ୍ରୋଜେକ୍ଟରେ ବିଭିନ୍ନ ଭିଡିଓ ଦେଖାଇ ଦୁର୍ଘଟଣା କିପରି ରୋକାଯାଇ ପାରିବ ସେ ବୁଝାଇଥିଲେ।ପରିବେଶ ପ୍ରେମୀ ଧନେଶ୍ୱର ଵିଧାର ସଭା ପରିଚାଳନା କରିଥିଲେ ।

ଏହି ଅବସରରେ ପରିବହନ ନିୟମ ଉପରେ ଏକ କୁଇଜ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଟ୍ରାଫିକ ସବଇନିସ୍ପେକ୍ଟର ତୃପ୍ତିରେଖା ଜେନା ମହାବିଦ୍ୟାଳୟର ଡ଼ ପ୍ରଦୀପ୍ତ କୁମାର ରଥ HOD, Dept of botany, Rover leader ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment