ଟାଙ୍ଗୀ LR NEWS ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାଙ୍କଣ ଶିଖରୀ ଠାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଚିଲିକା ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଲାନ ନାୟକ ଏଥିରେ ଯୋଗ ଦେଇ ପ୍ଲାଷ୍ଟିକ ବର୍ଜନ କରି ପରିବେଶକୁ ସୁରକ୍ଷା ପାଈଁ ଆହ୍ୱାନ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ନାଚୁଣୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇ ସଫେଇ କାର୍ଯକ୍ରମ କରିଥିଲେ ମହାବିଦ୍ୟାଳୟର ଅଧକ୍ଷ ଡ଼ ସୁନିଲ ପଟ୍ଟନାୟକ ଏହି କାର୍ଯକ୍ରମରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଈଁ ନିତାନ୍ତ ଆବଶ୍ୟକ ହୁଏ ବୋଲି ନିଜର ମତ ଦେଇଥିଲେ ।
ଅନ୍ୟତମ ଅତିଥି ଏବଂ ପରିବେଶବିତ୍ତ ଶ୍ରୀ ଧନେଶ୍ୱର ବିଧାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ଲାଷ୍ଟିକ ପରିବେଶକୁ କିପରି କ୍ଷତି ପହଞ୍ଚାଇ ପରିବେଶ କୁ ଦୂଷିତ କରେ ବୁଝାଇ ଥିଲେ। ବନାଞ୍ଚଳ ଅଧିକାରୀ ଟାଙ୍ଗି ବନ୍ୟପ୍ରାଣୀ ବନାଞ୍ଚଳ ଚିତ୍ରସେନ ଜେନା ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଈଁ ଆହ୍ୱାନ ଦେଇଥିଲେ ଏହିଥିରେ ବନପାଳ ଶ୍ରୀ ଜିତେନ୍ଦ୍ର କୁମାର ନାୟକ, ମୀନା କୁମାରୀ ନାୟକ, ଶୁଭସ୍ମିତା ଦାସ , ସବିତା ବେହେରା ଟାଙ୍ଗି ରେଞ୍ଜ କର୍ମଚାରୀ ଓ଼ ସରପଞ୍ଚ ନଈରୀ, ନାଚୁଣୀ ଯୋଗଦେଇ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ